
ବଲାଙ୍ଗିର, (କେପିଏନ୍ଏସ୍) : କୋଶଳ କଳା ମଣ୍ଡଳ ଠାରେ ଚାଲିଥିବା ଲୋକକଳା ଉତ୍ସବ-୨୦୨୨ ଗତ ବିଳମ୍ବିତ ରାତ୍ରୀରେ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଏହି ଉତ୍ସବରେ ଭାଗ ନେଇଥିବା ମୟୂରଭଂଜର ଉ ନୃତ୍ୟର କଳାକାର ମାନେ ଗତ ବିଳମ୍ବିତ ରାତ୍ରୀରେ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଛଉ ମୂର୍ତ୍ତି ଦେଇ ସମ୍ମାନିତ କରିଥିଲେ । ଏଥିପାଇଁ ବିଧାୟକ ଶ୍ରୀ ମହାଲିଙ୍ଗ ଖୁସି ହୋଇଥିଲେ ।