ଗଛ ଉପରୁ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ଗଛ ଉପର ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଲରମ୍ଭା ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଲରମ୍ଭା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ମୃତଦେହ ଉଦ୍ଧାର କରିଛି ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ପୋଲିସ ପ୍ରକାଶ କରିଛି । ମୃତକଙ୍କ ଅନୁମାନ ବୟସ ( ୫୫) ବୋଲି ଜଣାପଡିଛି । ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ଥିବା ବେଳେ ମୃତ ଶରୀର ଝୁଲୁଥିବା ପ୍ରାୟ ୭ ଦିନ ତଳର ଘଟଣା ବୋଲି ଅନୁମାନ କରାଯାଉଛି । ଏନେଇ ଲରମ୍ଭା ପୋଲିସ କେସ୍‌ ନଂ ୦୫/୨୦୨୨ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.