ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦ୍‌ଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ରବିବାର ଦିନ ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ବି କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼ଃ ମନ୍ମଥ ପାଢ଼ୀ, ସମ୍ମାନିତ ଅତିଥି ତଥା ମୁଖ୍ୟବକ୍ତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ ଅଂଶଗ୍ରହଣ କରି କନ୍ଧମାଳ ଜିଲ୍ଲାର ଐତିହ୍ୟ, ପରମ୍ପରା, ଓ କୀର୍ତ୍ତିରାଜି ଉପରେ ଗୁରୁତ୍ୱ ଦେଇ ଇତିହାସ କଂଗ୍ରେସର ଲକ୍ଷ୍ୟ, ଉଧେଶ୍ୟ ଓ ଆଗାମୀ ଦିନରେ ଇତିହାସ କଂଗ୍ରେସରେ କନ୍ଧମାଳ ଜିଲ୍ଲାର ସମସ୍ତେ ସାମିଲ ହୋଇପାରିବେ ବୋଲି ଆହ୍ୱାନ ଦେଇଥିଲେ । ଏହି ଭବ୍ୟ ସମାବେଶରେ ଜିଲ୍ଲାର ସମସ୍ତ +୨ ଓ +୩ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ ଯୋଗଦେଇ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ । ଅଧ୍ୟାପକ ସତ୍ୟରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବାସହ ଅଧ୍ୟାପକ ଦୁଃଖିଶ୍ୟାମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ପ୍ରାରମ୍ଭିକ ସଂଗୀତ, ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । ଏହି ସମାବେଶରେ ଜଳ ସଂଚୟ କର ଜୀବନ ବଞ୍ଚାଅ ସେଭ ୱାଟର, ସେଭ ଲାଇଫ୍‌, ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ ମନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ସୁନୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.