ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆସିଲେନି ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀ, ଆସନ୍ତା ମେ ୧୧ ଶୁଣାଣି

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶୁଣାଣି ପାଟଣାଗଡ଼ ଏଡିଜେ କୋର୍ଟରେ ହେବାର ଥିଲା । ମାତ୍ର ପୁଞ୍ଜିଲାଲା ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତି ଥିବା କାରଣରୁ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହା ପୂର୍ବରୁ ଦୁଇଥର ଶୁଣାଣି ଘୁଞ୍ଚି ସରିଛି । ଗତ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ପୁଞ୍ଜିଲାଲଙ୍କ ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତି ରହିଥିଲେ । ପରେ ଏପ୍ରିଲ ୮ ତାରିଖ ଦିନ ଏଡିଜେ କୋର୍ଟରେ ପୁଞ୍ଜିଲାଲ ହାଜର ହୋଇଥିଲେ । ସେହି ଦିନ ମଧ୍ୟ ଏଡିଜେ ପୁଞ୍ଜିଲାଲଙ୍କ ଓକିଲ ସାକ୍ଷୀମାନେ ଅନୁପସ୍ଥିତ ଥିଲେ । ତୃତୀୟ ଥର ପାଇଁ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିଲା । ସକାଳ ୯ ଟା ବଲାଙ୍ଗିର ଜେଲ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀମାନେ ହାଜର ହୋଇନ ଥିଲେ । ଫଳରେ ଏହି ଶୁଣାଣି ଆସନ୍ତା ମେ ୧୧ ତାରିଖକୁ ଘୁଚାଇ ଦିଆଯାଥିବା ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.