ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୭ ନମ୍ବର ୱାର୍ଡ ବାଲିସାହି ସ୍ଥିତ ପରିଚୟ କେନ୍ଦ୍ରରେ ଶୁକ୍ରବାର ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ, କାଉନସିଲର ପୁରୁଷୋତ୍ତମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢି ତୋଳିବାକୁ ସ୍ଥାନୀୟ ୱାର୍ଡବାସୀଙ୍କୁ ପରାମର୍ଶ ଦେଇଥିଲେ । ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟାଗୁଡିକ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ ।ତତ୍‌ ସହିତ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ନେଇ ପରାମର୍ଶ ଦେଇଥିଲେ । ଜନ ପ୍ରତିନିଧି, ଏନ୍‌ଏସି କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ୱାର୍ଡ ପ୍ରତି ରହିଥିବା ନିଜର କର୍ତ୍ତବ୍ୟକୁ ନେଇ ଶପଥପାଠ କରିଥିଲେ । ସ୍ଥାନୀୟ କାଉନସିଲରଙ୍କ ଜରିଆରେ ତୁରନ୍ତ ସେ ସମସ୍ୟାର ସମାଧାନ କରାଯିବ ବୋଲି ମତପ୍ରକାଶ ପାଇଥିଲା । ସିଏମ୍ଏମ୍ ଭାଗ୍ୟଶ୍ରୀ ନାୟକ, ସି.ଓ ସ୍ୱପ୍ନାରାଣୀ ମହାପାତ୍ର, ମୁକ୍ତା ଏକ୍ସପୋର୍ଟ ବିଷ୍ଣୁପ୍ରିୟା ସାବତ, ସାନିଟାଇଜର ଏକ୍ସପୋର୍ଟ ସୁମିତ କୁମାର ବେହେରା ପ୍ରମୁଖ ଏନ୍‌ଏସି କର୍ତ୍ତୃପକ୍ଷ ଉପସ୍ଥିତ ରହିଥିବା ବେଳେ ସ୍ୱଚ୍ଛ ସାଥୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୱାର୍ଡବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.