jsm

ବରଗଡ଼ ପୌର ପରିଷଦ ପକ୍ଷରୁ ଇ-ରିକ୍ସାର ଶୁଭାରମ୍ଭ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ପକ୍ଷରୁ ଆଜି ଇ-ରିକ୍ସାର ଶୁଭାରମ୍ଭ ହୋଇଯାଇଛି । ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଏଇ ଇ-ରିକ୍ସାର ଶୁଭାରମ୍ଭ କରାଯାଇଛି । ସାଧାରଣ ଲୋକେ ସୁଲଭ ମୂଲ୍ୟରେ ଖେଦାପାଲିସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା କରି ପାରିବେ ବୋଲି ପରିଷଦ ପକ୍ଷରୁ ସୂଚିତ କରାଯାଇଛି । ଆଜି ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, କାର୍ଯ୍ୟନିର୍ବାହ ଅଧିକାରୀ ନାରାୟଣ ଦଣ୍ଡସେନା, କାଉନସିଲର ପ୍ରିୟା ତାଣ୍ଡି, ଉମା ଚରଣ ରାଉତ, ବରଗଡ଼ ବିଜେଡିର ନଗର ସଭାପତି କିଶୋର ମିଶ୍ର ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ୫ଟି ଇ-ରିକ୍ସା ଆରମ୍ଭ ହୋଇଛି । ଏହା କେବଳ ବରଗଡ଼ ସହରରୁ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା କରିବ ବୋଲି ସୂଚନା ରହିଛି ।

yuvodaya
Leave A Reply

Your email address will not be published.