ଆଗଲପୁର ବ୍ଲକ ଭରସୁଜାରେ ବୃକ୍ଷ ରୋପଣ ସକାଶେ ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର : (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜାରେ ମା’ ଛେଲିଆପାଟ ସଂଗଠନ ତରଫରୁ ବୃକ୍ଷ ରୋପଣ ସକାଶେ ନୂତନ ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗଠନର ଉପସଭାପତି କରୁଣାକର ପାତ୍ରଙ୍କ ଜନ୍ମଦିନ ଅବସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩୦୦୦ ଚାରା ପ୍ରସ୍ତୁତ କରାଯାଇ ତା’ର ଉପଯୁକ୍ତ ଯତ୍ନ ନେଇ ଆଗାମୀ ଦିନରେ ସୁନ୍ଦର ସବୁଜ ପରିବେଶ ସକାଶେ ବୃକ୍ଷ ରୋପଣ କରାଯିବ ବୋଲି କର୍ମକର୍ତ୍ତାଗଣ ପ୍ରକାଶ କରିଛନ୍ତି । ଏହି ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ସାଲେଭଟା ଫରେଷ୍ଟର ଚିତ୍ତ ଖମାରି ପରିଚାଳନା କରିଥିଲେ । ସଂଗଠନର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହି ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ସାଲେଭଟା ଫରେଷ୍ଟର ଚିତ୍ତ ଖମାରି ପରିଚାଳନା କରିଥିଲେ । ସଂଗଠନର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.