ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ

ଭବାନୀପାଟଣା, (ପି.କେ. ସାହୁ) : ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ । ସୂଚନା ଅନୁସାରେ କିଛିଦିନ ତଳେ ଜଣେ ବୃଦ୍ଧଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କରଳାଗୁଡା ପଞ୍ଚାୟତ ଖଇର୍ମାଲ ଗାଁର ପୋଖରୀ ହୁଡ଼ାରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ ଆଡମିଟ କରିଥିଲେ । ବୃଦ୍ଧ ଜଣଙ୍କୁ ଡାକ୍ତରଖାନାରେ ୭ ଦିନ ଆଡମିଟ କରି ୧୮ ତାରିଖ ଦିନ ମ. ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମକୁ ଥଇଥାନ କରିଛନ୍ତି । ବୃଦ୍ଧ ଡାକ୍ତରଖାନାରେ ଥିବା ସମୟରେ ଦୁଇଜଣ ସମାଜସେବୀ ପ୍ରତିଦିନ ଖାଇବା ଦେଉଥିଲେ । ୧୮ ତାରିଖ ଦିନ ଡ଼ିଏସ୍‌ଏସ୍‌ଓ ମଦନଜିତ ହୋତାଙ୍କ ନିର୍ଦେଶରେ ଶ୍ରୀ ରାମକୃଷ୍ଣ ଆଶ୍ରମରୁ ଏକ ଗାଡି ଆସି ତାଙ୍କୁ ନେଇ ଯାଇଥିଲେ । ଏବେ ସେ ସେଠାରେ ସୁସ୍ଥ ଥିବାନେଇ ସୂଚନା ଦେଇଛନ୍ତି । ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଗ୍ରାମବାସୀ ସମାଜସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ସରପଞ୍ଚ ଆଦିତ୍ୟ ନାଏକ, ଡ଼ିଏସ୍‌ଏସ୍‌ଓ ମଦନଜିତ ହୋତା, ଅରୁଣ ମହାପାତ୍ରଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!