‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ଜନ୍ମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ର ପ୍ରଶାସନିକ ଅଧିକାରୀ ଶ୍ୟାମ ପ୍ରସାଦ ଗୁରୁଙ୍କ ଆଜି ୬୮ତମ ଜନ୍ମ ଦିବସ । ଏହି ଅବସରରେ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ଶ୍ରୀ ଗୁରୁଙ୍କ ଜନ୍ମଦିନ ପାଳନ କରାଯାଇଛି । ପ୍ରଶାସନିକ ଅଧିକାରୀ ଶ୍ରୀ ଗୁରୁଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ ଶମ୍ଭୁନାଥ ସାହୁ, ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଦେବାଶିଷ ମିଶ୍ର, ସବ୍‌ ଏଡିଟର୍‌ ଶ୍ରାବଣୀ ବିଶ୍ୱାଲ, ଏକାଉଣ୍ଟାଣ୍ଟ ତପସ୍ୱିନୀ ସାହୁ ତଥା ସାମ୍ବାଦିକମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!