jsm

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଆସନ୍ତା ମେ’ ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ହେବାକୁ ଥିବା ଜନ୍ମୋତ୍ସବ ଓ ବୈଶାଖ ମେଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଜି ଶ୍ରୀ ନୃସିଂହନାଥ ମନ୍ଦିର ଭୋଗ ମଣ୍ଡପଠାରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଚଳିତ ବର୍ଷ ବୈଶାଖ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁ, ପାଇକମାଲ ବିଡିଓ ଉପାଞ୍ଜଳି ମାଝୀ, ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ଅବକାରୀ ବିଭାଗ ରାଜ କୁମାର ବେହେରା, ଟାଟା ପାୱାର ଏସିଡିଓ ପୁରନ୍ଦର ସାହୁଙ୍କ ସମେତ ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ବେଛାସେବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଭିନ୍ନ ପ୍ରକାର ସମସ୍ୟାର ଆଲୋଚନା ସହିତ ବୈଶାଖ ମେଳା ଠିକ୍‌ ଭାବରେ ପରିଚାଳିତ କରିବା, ଶାନ୍ତି ଶୃଙ୍ଖଳା ସହିତ ଯାତ୍ରୀମାନେ ମହା ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ କରି ପାରିବେ ସେ ଦିଗରେ ବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ପାଣି, ବିଦ୍ୟୁତ, ସ୍ବାସ୍ଥ୍ୟର ସମସ୍ୟା ଠିକ ଭାବରେ ପରିଚାଳିତ କରିବା ପାଇଁ ଆଲୋଚନା କରାଯାଇଥିଲା । ବୈଶାଖ ମେଳା ପରିଚାଳିତ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟିର କମଳେଶ ଅଗ୍ରୱାଲ, ବଡ ଶତପଥୀ, ଚିତ୍ତ ରଞ୍ଜନ ସରାଫ, ଦେବେନ୍ଦ୍ର ସାହୁ, ସଂଜୀବ ମାଝୀ, ଜଗଦେବ ମଟାରୀ, ଗିରିଶ ଚନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ପୁଟା, ସୁରଥ ସାହୁ, ଧୀରେନ ମହାନ୍ତି, ଗୌରାଙ୍ଗ ଦାସ, ଦୁର୍ଯ୍ୟୋଧନ ତ୍ରିପାଠୀ, ଡିଗ୍ରୀଧର ସାହୁ, ଅଶୋକ ପାଢୀ, ସଂଜୟ ବହିଦାର, ବଲରାମ ସାହୁ, ରାଜକିଶୋର ସାହୁ, ବିନୋଦ କାଲିଆ, ସୁଶାନ୍ତ ନାଗ, କୁସୁମ ରାଓ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଗୌତମ ସିଂ, ବୀର ଦୈତ୍ୟ ସାହୁ, ଅଜିତ ଶତପଥୀ, ପ୍ରଶାନ୍ତ ମିଶ୍ର, ମନୋଜ ତ୍ରିବେଦୀ, ରବି ସାହୁ ପ୍ରମୁଖଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.