ତାତିରୁ ମୁକ୍ତି ପାଇଁ ସୁବର୍ଣ୍ଣପୁରରେ ନୀରବ ଶୋଭାଯାତ୍ରା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ନେଇ ମହାନଦୀ ଓ ତେଲନଦୀର ସଂଗମସ୍ଥଳି ନିକଟ ଖଇରମାଲଠାରେ ବ୍ୟାରେଜ ନିର୍ମାଣ ଏବଂ ବ୍ୟାପକ ବନୀକରଣ ଦାବୀରେ ଆଜି ୧୫ଟି ସାମାଜିକ ସଂଗଠନ ପକ୍ଷରୁ ନୀରବ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯାଇଛି । କୋଶଲ ହେରିଟେଜ୍ ଟ୍ରଷ୍ଟ ନେତୃତ୍ବରେ ସୁବର୍ଣ୍ଣପୁର ସହରର ୧୫ଟି ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହର କର୍ମକର୍ତ୍ତା ବ୍ଲକ ଛକରୁ ଏକ ବାଇକ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଅତିତିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜଙ୍କୁ ଦାବୀପତ୍ର ଦେଇଛନ୍ତି । ସୂଚନୀୟ, ସୁବର୍ଣ୍ଣପୁର ସହର ଲଗାତାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇ ଦିନର ତାପମାତ୍ରା ୪୪ପ୍ସ ଡିଗ୍ରୀ ଉପରକୁ ରହୁଥିବା ବେଳେ ତାତି ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ରାମେଶ୍ବର ବ୍ୟାରେଜ ନିର୍ମାଣକୁ କାର୍ଯ୍ୟକାରୀ କରିବା ସହ ବ୍ୟାପକ ବନୀକରଣ କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀଙ୍କ ତରଫରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.