ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ଶ୍ରେଣୀର ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ସଭାପତି ଦ୍ବାଦଶ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶିଶୁମାନଙ୍କ ଶୈକ୍ଷିକ ବିକାଶ ଦିଗରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ତଥା ଧନ୍ୟବାଦ ଅର୍ପଣ କରି ଶୈକ୍ଷିକ ସୂଚନା ପ୍ରଦାନ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ସୁଶ୍ରୀ ମିନତୀ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶ୍ରୀମତୀ ଲୋପାମୁଦ୍ରା ପୂଜାରୀ ଗୁରୁମା ସାହିତ୍ୟ ବିଷୟରେ, ଦୁର୍ବାଦଳ ସାହୁ ଗୁରୁଜୀ ଗଣିତ ବିଷୟରେ, ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଇଂରାଜୀ ବିଷୟରେ ଉପସ୍ଥିତ ଅଭିଭାବକ, ଅଭିଭାବିକା ମାନଙ୍କୁ ବିଷୟ ଅନୁସାରେ ତାଲିମ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୫ ଜଣ ଅଭିଭାବକ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.