ପ୍ରାକୃତିକ ତୈଳର ସଂରକ୍ଷଣ ଆଗାମୀ ସମୟର ସ୍ୱାଧୀନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱର ତାପମାତ୍ରା ବୃଦ୍ଧି ସହ ଜୀବନ ଦୁର୍ବିସହ ହୋଇ ପଡିଥିବା ବେଳେ ଆମ ପୃଥିବୀର ସଂଚିତ ପ୍ରାକୃତିକ ସଂପଦର ଅବିଚାରିତ ବ୍ୟବହାର ଆଗାମୀକୁ ଅନ୍ଧକାରମୟ କରି ଦେବାର ସଙ୍କେତ ଦେଲାଣି । ବିଶେଷ କରି ପ୍ରାକୃତିକ ତୈଳ, ଗ୍ୟାସ ଅସରନ୍ତି ନୁହେଁ । ତେଣୁ ଏହାର ଉପଯୁକ୍ତ ଖର୍ଚ ସହ ଆମକୁ ପ୍ରାକୃତିକ ସଂପଦର ସଂରକ୍ଷଣ ଦିଗରେ ମଧ୍ୟ କାମ କରିବା ଦରକାର । କେତେକ ସାଧାରଣ ଅଭ୍ୟାସ ଆମର ଜୀବନରେ ବହୁ ପରିବର୍ତ୍ତନ ଆଣିବା ସହ ତେଲ ଓ ଗ୍ୟାସ ସଂରକ୍ଷଣ ପାଇ ପଦକ୍ଷେପ ନେବ । ଏହାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଫ୍ଲାଗସିପରେ ବିସିପିଏଲ୍‌, ଆଇଓସିଏଲ୍‌, ଏଚ୍‌ପିଏଲ୍‌ ତଥା ଗେଲ ଇଣ୍ଡିଆର ମିଳିତ ଉଦ୍ୟମରେ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଦାନ ସଂଘ ତରଫରୁ ଓଡିଶାର ୧୩ଟି ଜିଲ୍ଲାରେ ଗତ ଏପ୍ରିଲ ୧୧ ତାରିଖରୁ ସକ୍ଷମ ୨୦୨୨ ଅନ୍ତର୍ଗତ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଗତକାଲି ବଲାଙ୍ଗିରରେ କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ହୋଇଥିଲା ସାଇକ୍ଲୋଥନ । କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବିଭିନ୍ନ ଛକ ଦେଇ ପୃଥ୍ବୀରାଜ ହାଇସ୍କୁଲ, ପତିତପାବନ ଏକାଡେମୀ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇକଲ ଶୋଭାଯାତ୍ରାରେ ଯାଇ ସହର ପରିକ୍ରମା କରି ଆଗାମୀ ପାଇଁ ତେଲ ବଂଚେଇବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଓସିଏଲ୍‌ର ସମ୍ବଲପୁର ଆଞ୍ଚଳିକ ପରିଚାଳକ ସନ୍ଦୀପ ସାହୁ ମୁଖ୍ୟ ଅତିଥି, ଭାବରେ ଯୋଗଦାନ କରି ସାଇକ୍ଲୋଥନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମର ମହତ୍ତ୍ଵ ବୁଝାଇଥିଲେ ଏହା ସହିତ ପତାକା ଦେଖାଇ ସାଇକଲ ରେଲିକୁ ଶୁଭାରମ୍ଭ କରିଥିଲେ । ସାଇକ୍ଲୋଥନ ଆୟୋଜନରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ ପୃଥ୍ବୀରାଜ ହାଇସ୍କୁଲର ଶିକ୍ଷକ ବିକାଶ ରଞ୍ଜନ ସାହୁ, ପ୍ରଶାନ୍ତ ରଞ୍ଜନ ସାହୁ, ପତିତପାବନ ଏକାଡେମୀର ସତ୍ୟଜିତ ବୁଡେକ, ମୁକେଶ ବନଛୋର, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର କୃଷ୍ଣଚନ୍ଦ୍ର ବାଗ ଓ ସଙ୍ଘମିତ୍ରା ମିଶ୍ର । ଉଜ୍ବଳା ଯୋଜନାର ଏସ୍‌ଡିପିଓ ମମତାଞ୍ଜଳି ମିଶ୍ର, ସପନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁଧାକର ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.