pakka

କରୋନା ଭେକ୍‌ସିନ୍‌ : ୩୦ କୋଟି ଭାରତୀୟଙ୍କୁ ପ୍ରଥମେ ଲାଗିବ ଟୀକା, ସରକାର ଆରମ୍ଭ କଲେ ତାଲିକା ପ୍ରସ୍ତୁତି

bbehera

ନୂଆଦିଲ୍ଲୀ : ଭାରତ କରୋନା ଭାଇରସ୍‌ ଟୀକାକରଣ ଅଭିଯାନର ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରାଥମିକତା ଆଧାରରେ ଭେକ୍‌ସିନ୍‌ ପାଇବାକୁ ଥିବା ୩୦ କୋଟି ଲୋକ କେଉଁମାନେ ହେବେ, ଏହାର ତାଲିକା ପ୍ରସ୍ତୁତ କରାଯାଉଛି । ଏଥିରେ ବେଶୀ ସଂକ୍ରମିତ ଜନସମୂହଙ୍କ ବ୍ୟତୀତ ଫ୍ରଣ୍ଟ ଲାଇନ କର୍ମୀ ଯଥା- ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ ଆଦି ରହିବେ । ପ୍ରାୟ ୩୦ କୋଟି ଲୋକଙ୍କୁ ୬୦ କୋଟି ଟୀକା ଲାଗିବ । ଭେକ୍‌ସିନ୍‌ ଆପ୍ରୁଭ୍‌ ହେବା ପରେ ପରେ ଟୀକା ପ୍ରଦାନ ଆରମ୍ଭ ହୋଇଯିବ । ପ୍ରାଥମିକତା ଲିଷ୍ଟରେ ଚାରୋଟି ବିଭାଗ ରହିଥିବା ବେଳେ ସେଗୁଡ଼ିକ ହେଲା ପାଖାପାଖି ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ଦୁଇ କୋଟିରୁ ଅଧିକ ଫ୍ରଣ୍ଟ ଲାଇନ୍‌ ୱାର୍କର୍‌ସ୍‌, ୫୦ ବର୍ଷରୁ ଅଧିକ ବୟସର ପ୍ରାୟ ୨୬ କୋଟି ଏବଂ ୫୦ ବର୍ଷରୁ କମ୍‌ ବୟସର ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି ।
ତେବେ ଏକ୍ସପର୍ଟ କମିଟିର ଅନୁମାନ ରହିଛି, ଦେଶରେ ସରକାରୀ ତଥା ବେସରକାରୀ ମିଶି ପ୍ରାୟ ୭୦ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୧ ଲକ୍ଷ ଏମ୍‌ବିବିଏସ୍‌ ଡାକ୍ତର, ୮ ଲକ୍ଷ ଆୟୁଷ ପ୍ରାକ୍ଟିସନର୍‌, ୧୫ ଲକ୍ଷ ନର୍ସ, ୭ ଲକ୍ଷ ଏଏନ୍‌ଏମ୍‌ ଏବଂ ୧୦ ଲକ୍ଷ ଆଶାକର୍ମୀ ସାମିଲ୍‌ ଅଛନ୍ତି ।

jay balangir
Leave A Reply

Your email address will not be published.

15 − 13 =

error: Content is protected !!