ଅସହାୟ ବୁଢୀ ମା’କୁ ସହଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗାନ୍ଧୀଛକ ନିକଟସ୍ଥ କନ୍ହେୟା ହୋଟେଲ ପାଖରେ ଦୁଇ ଦିନ ହେବ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିଗାଁ ପଞ୍ଚାୟତର ବ୍ରାହ୍ମଣଡିହି ଗ୍ରାମର ଏକ ବୁଢୀ ମା’କୁ ଅସହାୟ ଅବସ୍ଥାରେ ଥିବା ଖବର ପାଇ ସମାଜସେବୀ କବି ମହାରଣା, ସ୍ୱାଧୀନ ପାତ୍ର ଏବଂ ଦୁର୍ଗା ପ୍ରସାଦ ବାରିକ ସାହାଯ୍ୟର ହାତ ବଢାଇ ତାର ସେବା ଶୁଶ୍ରୁଷା କରିବା ସହ ଖାଦ୍ୟ ଏବଂ ପିନ୍ଧିବା ପାଇଁ କପଡା ପ୍ରଦାନ କରିଛ‌ନ୍ତି । ଜିଲ୍ଲାର ଡିଏସଏସଓ.ଙ୍କ ସହିତ ଆଲୋଚନା କରି ଚକରକେନ୍ଦ ସ୍ଥିତ ମାତୃଛାୟା ଅନାଥ ଆଶ୍ରମରେ ରଖେଇବାର ବନ୍ଦୋବସ୍ତ ମଧ୍ୟ କରାଇଛନ୍ତି । ଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ବରଗଡ଼ର ସବୁ ମହଲରେ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.