ଇରାନୀ ଜେନେରାଲ୍‌ଙ୍କ ଆମେରିକାକୁ ଧମକ୍‌ : କସିମ୍‌ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ଖୁବ୍‌ ଶୀଘ୍ର ନିଆଯିବ

ତେହେରାନ୍‌ : ଅଜର୍‌ବଇଜାନ୍‌ ଓ ଅର୍ମିନିଆ ମଧ୍ୟରେ ଘନଘୋର୍‌ ଯୁଦ୍ଧ ଚାଲିଛି । ମୃତାହତ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି । ବଢ଼ି ବଢ଼ି ଚାଲିଛି । ଏବେ ଇରାନ୍‌ର ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରୀ ଗାଡର଼୍ କାର୍ପ୍ସ କୁଏତ୍‌ ଫୋର୍ସର ଡେ଼ପୁଟି କମାଣ୍ଡର ମୋହମ୍ମଦ ରଜା ଫଲାହଜାଦେହ ଆମେରିକାକୁ ଖୋଲମ୍‌ଖୋଳା ଧମ୍‌କି ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଖୁବ୍‌ ଶୀଘ୍ର ଆମର କମାଣ୍ଡର ଜେନେରାଲ କସିମ୍‌ ସୁଲେମାନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ । ଇରାନୀ ସେନାର ଏହି ଉଚ୍ଚ ଅଧିକାରୀ କହିଛନ୍ତି ଯେ, ଇରାନୀ କମାଣ୍ଡର ତଥା ସୈନିକଙ୍କ ହତ୍ୟା ତେହେରାନ୍‌କୁ ପଛକୁ ଘୁଂଚିବାକୁ କିମ୍ବା ଲକ୍ଷ୍ୟରୁ ହଟିବାକୁ ମଜ୍‌ବୁର୍‌ କରି ପାରିବନାହିଁ ।

Leave A Reply

Your email address will not be published.