ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସାହିତ୍ୟ ଏକାଡେମୀ ଓ ଜଗନ୍ନାଥ ପାଣି ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଲୋକକବି ଜଗନ୍ନାଥ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭୁବନେଶ୍ୱରସ୍ଥ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଯୁଗଳ କିଶୋର ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ମୁଖ୍ୟ ଅତିଥି, ଡକ୍ଟର ରବିନାରାୟଣ ସଭାପତି ଅବସରପ୍ରାପ୍ତ ଆଇ.ଏ.ଏସ୍‌ ବିଶିଷ୍ଟ ଅତିଥି, ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ କବି ଓ ନାଟ୍ୟକାର ସମ୍ମାନନୀୟ ଅତିଥି ଓ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ସୁସାହିତ୍ୟକ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଏକାଡେମୀର ସହସଚିବ ପ୍ରଦୀପ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଏକାଡେମୀର ସଭାପତି ବିଶିଷ୍ଟ କବି ଡକ୍ଟର ହୃଷୀକେଶ ମଲ୍ଲିକ ଏହି ସଭାରେ ପୌରାହିତ୍ୟ କରିଥିଲେ ଏବଂ ସମାପନ ବକ୍ତବ୍ୟ ପ୍ରଦାନ କରିଥିଲେ ଏକାଡେମୀର ଉପସଭାପତି ଡକ୍ଟର ସଂଗ୍ରାମ ଜେନା । ସଙ୍ଗୀତ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଦୀପ କୁମାର ଦାସ ଓ ସାଥୀଙ୍କ ଦ୍ୱାରା ସଙ୍ଗୀତ ଗାନ କରାଯାଇଥିଲା । ସଭା ଶେଷରେ ଏକାଡେମୀର ଉପବିଭାଗ ଅଧିକାରୀ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!