ଦେଓଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପ୍ରାଥମିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗ ସଭାକୁ ଉଦ୍‌ଘାଟନ କରିଥିଲେ । ଇଂରାଜୀ ଅଧ୍ୟାପକ ଦେବଦତ୍ତ ଗୁରୁ ଛାତ୍ରୀମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିରର ଗୁରୁତ୍ଵ ଏବଂ ବିଶେଷତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ପ୍ରସନ୍ନ ସାହୁ, ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଛାତ୍ରୀମାନଙ୍କୁ ଉପଯୁକ୍ତ ତାଲିମ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ମାନସୀ ମଲ୍ଲିକ ଓ ଯଜ୍ଞ ମଲ୍ଲିକ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ । ଖେଳ ଶିକ୍ଷକ ଗିରି ଗୋବର୍ଦ୍ଧନ ବିଶ୍ଵାଳ ସଭା ପରିଚାଳନା କରିଥିବା ବେଳେ ଅର୍ଥନୀତି ଅଧ୍ୟାପକ ସନ୍ତୋଷ ଜାନି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!