csstore

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ପଦ୍ମପୁର ସହର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାମ ଶ୍ରୀ ରାମ ଦୁଇଟି ଅକ୍ଷର ଯୁକ୍ତ ଏହି ଶବ୍ଦରେ ମୋକ୍ଷର ପ୍ରାପ୍ତି ହୁଏ ବୋଲି ରହିଛି ଆଶା ଓ ମାନ୍ୟତା । ନିଜ ଜୀବନର ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ସବୁଠି ରାମଙ୍କ ନାମରେ ହିଁ ଆମସ୍ତି ପାଇଁ ଥାନ୍ତି ଲୋକେ ଏବଂ ରାମଙ୍କର ନୀତି ଆଦର୍ଶ ଓ ଗୁଣ ମାନଙ୍କୁ ସ୍ୱଧାରଣ ସହ କଳି ଯୁଗରେ ଧର୍ମକୁ ବଞ୍ଚାଇ ରଖିବା ପାଇଁ ଆଜି ବି ପ୍ରଭୁ ଶ୍ରୀ ରାମଙ୍କ ଆଜ୍ଞାରେ ତାଙ୍କର ସବୁଠୁ ପ୍ରିୟ ସେବକ ଅଞ୍ଜନୀ ପୁତ୍ର ହନୁମାନ ଏହି ଧରା ପୃଷ୍ଠରେ ଅଛନ୍ତି ବୋଲି ମାନ୍ୟତା ରହିଛି । ତେବେ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଠାରେ ପବିତ୍ର ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଶ୍ରୀ ରାମ ଭକ୍ତ ମାହାବଳି ହନୁମାନଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ପଦ୍ମପୁର ଅଞ୍ଚଳର ବିଭିନ୍ନ ସଙ୍ଗଠନମାନଙ୍କ ସହଯୋଗରେ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ପ୍ରଥମ ଥର ପାଇଁ ପଦ୍ମପୁରରେ ଆୟୋଜିତ ଏହି ପବିତ୍ର ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେବା ସହ ଆଖ ପାଖ ଗ୍ରାମ ମାନଙ୍କରୁ ମଧ୍ୟ ବହୁତ ଯୁବକ ବାଇକରେ ଆସି ଶୋଭାଯାତ୍ରାରେ ଯୋଗ ଦେବା ସହ ଜୟ ଶ୍ରୀ ରାମ ଓ ଜୟ ହନୁମାନ ନାରାରେ ସାରା ସହର ପ୍ରତିଧ୍ୱନିତ ହୋଇ ଉଠିଥିଲା । ସହରରେ ଚାରି ଆଡ଼େ କୋଠା ମାନଙ୍କରେ ଦୀପ ଧୂପ ସହ ଲୋକେ ମଧ୍ୟ ଶୋଭାଯାତ୍ରାକୁ ସ୍ୱଗତ ଜଣାଇବା ସହ ଘର ସାମ୍ନାରେ ଭାଗୁଆ ଝଣ୍ଡା ଲଗାଇ ଭଗବାନଙ୍କ ଜୟକାର ଗାନ କରିଥିଲେ ।

jayashree
Leave A Reply

Your email address will not be published.