oom

ସମ୍ବିଧାନ ପ୍ରଣେତା ଡ. ବି ଆର୍‌ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗାଁରେ ସମ୍ବିଧାନ ପ୍ରଣେତା ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି । ସିଙ୍ଗଝର ହାଡିପାଗୁରୁ ସମାଜ ଦ୍ବାରା ଆୟୋଜିତ ଅମ୍ବେଦକର ଜୟନ୍ତୀରେ ସର୍ବ ପ୍ରଥମେ ଅମ୍ବେଦକର ସମାଜର ଜିଲ୍ଲା ସଭାପତି ବିଜୟ ସହିସଙ୍କ ନେତୃତ୍ବରେ ଶତାଧିକ ହାଡିପାଗୁରୁ ସମାଜର ନେତୃବୃନ୍ଦ ମାନେ ଏକ ଶୋଭାଯାତ୍ରା ମାଧ୍ୟମରେ ଆସି ପ୍ରଥମେ ଅମ୍ବେଦକରଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ ଅର୍ପଣ କରି ଅମ୍ବେଦକରଙ୍କ ଜୟଗାନ କରିଥିଲେ । ଏହା ପରେ ଆମ୍ବେଦକରଙ୍କ ସଭାସ୍ଥଳିରେ ସ୍ଥାନୀୟ ଗାଁର ଇଷ୍ଟ ଦେବୀ ବୁଡାରଜାଙ୍କ ସହ ହାଡିପାଗୁରୁଙ୍କୁ ଜିଲ୍ଲା ସଭାପତି ଓ ସମସ୍ତ ସଦସ୍ୟମାନେ ମିଳିତ ଭାବରେ ପୁଜା ପାଠ କରିଥିଲେ । ଏହି ଅବସରରେ ଜିଲ୍ଲା ହାଡିପାଗୁରୁ ସାଧାରଣ ସଂପାଦକ ମୁଲଚନ୍ଦ ସୁନାଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା । ମଂଚର ଜିଲ୍ଲା ସଭାପତି ବିଜୟ ସହିସଙ୍କ ସମେତ ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର, କୋମନା ବ୍ଲକ ସଭାପତି ରାମେଶ୍ବର ଲୁହାର ଓ ସିନାପାଲିର ସମାଜସେବୀ ଲୋଚନ ସାଗର ତଥା ସିଙ୍ଗଝର ଗାଁ ର ବୈଜେଷ୍ଟ ବାସୁଦେବ ସିନ୍ଦୁର ଓ ଖଡିଆଳର ଯୁବ ସମାଜସେବୀ ଅନିଲ ସିନ୍ଦୁର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସମାଜକୁ ଆଗେଇବାକୁ ହେଲେ ଶିକ୍ଷାର ଦୀପ ପ୍ରତିଘରେ ଜଲେଇବା ନିହାତି ଆବଶ୍ୟକ ବୋଲି କହିଥିଲେ ସେହିଭଳି ଅନ୍ୟାନ୍ୟ ଅତିଥିମାନେ ଅମ୍ବେଦକରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.