ରାମଚନ୍ଦ୍ରପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ୨ୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ରାମଚନ୍ଦ୍ରପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ୨ୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସକାଳୁ ସକାଳୁ ଯୋଗ ଶିକ୍ଷକ ଅମ୍ବରିସ ଷଡଙ୍ଗୀଙ୍କ ତତ୍ତ୍ଵାବଧାନରେ ଏକ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପରେ ପରେ ଡା ଚିତ୍ତରଞ୍ଜନ ମିଶ୍ର ଏବଂ ଡା ଲଳିତ କୁମାର ସାହୁ ଉପସ୍ଥିତ ରୋଗୀ ତଥା ଯୋଗ ଅଭ୍ୟାସକାରୀଙ୍କୁ ଆରୋଗ୍ୟ ରହିବାର ଉପାୟମାନ ଉଭୟ ଆଧୁନିକ ତଥା ଆୟୁର୍ବେଦ ଦୃଷ୍ଟି କୋଣରୁ ପ୍ରଶିକ୍ଷଣ ଦେଇଥିଲେ । ସୂଚନାଯୋଗ୍ୟ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଗତ ୨୦୨୦-୨୧ ବର୍ଷ ତଥା ଚଳିତ ବର୍ଷ ୨୦୨୧-୨୨ରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ସମ୍ମନଜନକ କାୟାକଳ୍ପ ପୁରସ୍କାର ପାଇ ପ୍ରଶାସନ ଠାରୁ ଉଚ୍ଚ ପ୍ରସଂଶନୀୟ ହେବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟ ମନ କିଣିପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଫାର୍ମାଶିଷ୍ଟ ରମେଶ ମହାକୁର, ମହିଳା ସ୍ଵାସ୍ଥ୍ୟକର୍ମୀ ମିନତି ରାଉତ, ଲ୍ୟାବ ଟେକନିସିଏନ୍‌ ମନୋଜ ମହାକୁର, ଆଟାଣ୍ଡାଣ୍ଟ ସନ୍ତୋସ ଚନ୍ଦନ, ଧୃବ ବାଗ, ଶୁଧାଂଶୁ ସତପଥୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.