ପାଇକମାଲରେ ରତ୍ନମୁଦ ପ୍ରତିଷ୍ଠା ଓ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ସଡକପଡାବାସୀଙ୍କ ଆନୁକୂଲ୍ୟରେ ରତ୍ନମୁଦ ପ୍ରତିଷ୍ଠା ଓ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହରୀ ନାମଯଜ୍ଞ ତା ୯ / ୪ ଆରମ୍ଭ ହୋଇ ତା ୧୩ / ୪ ରିଖ ଦିନ ପୂର୍ଣ୍ଣାହୁତି ପଡିଥିଲା । ପାଇକମାଲ ସଡକପଡା ୨୭ତମ ନାମଯଜ୍ଞ ଆୟୋଜନ ହୋଇଥିବା ସ୍ଥଳେ କର୍ତ୍ତା ରୂପେ ଗୁପେନ୍ଦ୍ର ପ୍ରଧାନ ତାଙ୍କର ଧର୍ମପତ୍ନୀ ବିଲାସିନୀ ପ୍ରଧାନ ବସିଥିବା ବେଳେ ମୁଖ୍ୟ ପୁରୋହିତ ଡିଗ୍ରୀଧର ଦେବତା, ମିତ୍ରଭାନୁ ଦେବତା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଚବିଶ ପ୍ରହରୀ ନାମଯଜ୍ଞରେ ପହଞ୍ଚି ମହାପ୍ରଭୁ ଙ୍କର ଦର୍ଶନ କରି ଆଶୀର୍ବାଦ ମାଗିଥିଲେ । ଏହି ନାମଯଜ୍ଞରେ ଦଶଟି ନାମ ସଂକୀର୍ତ୍ତନ ମଣ୍ତଳୀ ଅଂଶ ଗ୍ରହଣ କରିବା ସହିତ ସମସ୍ତଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯିବା ସହିତ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ୪ ଦିନ ଧରି ଅନୁଷ୍ଠିତ ନାମଯଜ୍ଞରେ ଆଖପାର ବହୁ ଲୋକଙ୍କର ପ୍ରବଳ ଜନ ସମାଗମ ହୋଇଥିଲା । ପାଇକମାଲ ସଡକପଡା ନାମଯଜ୍ଞ ପରିଚାଳନା କମିଟି ସଭାପତି ଶୁକଦେବ ପ୍ରଧାନ, ଉପସଭାପତି ଜୟଦେବ ମଟାରୀ, ସଂପାଦକ ନିଳମଣି ସାହୁ, ସହ ସଂପାଦକ ନାରାୟଣ ନାୟକ, କୋଷାଧ୍ୟକ୍ଷ ବିଜୟ ପାଣିଗ୍ରାହୀଙ୍କ ସମେତ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.