ଜାତୀୟ ତାଏକୋଣ୍ଡୋ ରେଫରି ସେମିନାରରେ ଅସିମଙ୍କ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୀର ରେଲୱେ ଇନ୍‌ଡୋର ହଲରେ ଜାତୀୟ ସ୍ତରୀୟ ତାଏକୋଣ୍ଡୋ ରେଫରି ସେମିନାର ଗତ ତା.୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ତାଏକୋଣ୍ଡୋ ସଂଘର ସଂପାଦକ ତଥା କୋଚ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ଓଡିଶା ତାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ କିରୋଗି ତାଏକୋଣ୍ଡୋ କର୍ମଶାଳାରେ ସିନିୟର ବ୍ଲାକ୍‌ ବେଲ୍ଟ ଏବଂ ଜାତୀୟ ଖେଳାଳିମାନେ ଭାଗ ନେଇଥିଲେ । ଆର୍ନ୍ତଜାତୀୟ କିରୋଗି ରେଫରି ଆସାମର ବିଶ୍ୱଜିତ ଘୋଷ ଏହି କର୍ମଶାଳାର ପରିକ୍ଷକ ଥିଲେ । ବିଶ୍ୱ ତାଏକୋଣ୍ଡୋ ସଂଘ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରତିଯୋଗିତା ପାଇଁ ନୂତନ ନିୟମ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଜାତୀୟ ସେମିନାର ଦ୍ୱାରା କୋଚ ତଥା ସିନିୟର ଖେଳାଳିମାନେ ନୂତନ ଜ୍ଞାନ ପାଇ ଉପକୃତ ହେବେ ବୋଲି ରାଜ୍ୟ ସଂପାଦକ ମନମୋହନ ଭଞ୍ଜ ସୂଚନା ଦେଇଛନ୍ତି । କୋଚ ଅସୀମ ଭୋଇଙ୍କ ସଫଳତା ପାଇଁ ଜିଲ୍ଲା ତାଏକୋଣ୍ଡୋ ସଂଘ ସଭାପତି ଶ୍ରୀକର ମିଶ୍ର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.