ଓରମାସ୍ ଓ ମିଶନ ଶକ୍ତି ଦ୍ୱାରା ସୁବର୍ଣ୍ଣଶ୍ରୀ ଶାଢ଼ୀ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହିଳା ସଶକ୍ତିକରଣ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥନୈତିକ ବିକାଶକୁ ଲକ୍ଷ୍ୟରେ ରଖି ଆଜି ସୁବର୍ଣ୍ଣପୁରଠାରେ ଏକ ସୁବର୍ଣ୍ଣପୁରୀ ଶାଢ଼ୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ଓରମାସ୍ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ପ୍ରତିଷ୍ଠିତ ସୁବର୍ଣ୍ଣଶ୍ରୀ ଶାଢ଼ୀ କେନ୍ଦ୍ରକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଏହି ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ସୁବର୍ଣ୍ଣଶ୍ରୀ କେନ୍ଦ୍ରରେ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ପ୍ରସ୍ତୁତ ଶାଢ଼ୀ ଓ ବାନ୍ଧକଳାର ଅନ୍ୟାନ୍ୟ ବସ୍ତ୍ର ସାଂଗକୁ ଟେରାକୋଟା ସାମଗ୍ରୀର ପ୍ରଦର୍ଶନ ସାଂଗକୁ ବିକ୍ରୟ ସୁବିଧା ରହିଛି । ଏହି ଉଦ୍‌ଘାଟନୀ ପର୍ବରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପର କମିଶନର ତଥା ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ମଦର ଟେରେସା ମିଶନ ଶକ୍ତି ଫେଡେରେସନ ପକ୍ଷରୁ ପ୍ରତିଷ୍ଠିତ ଏକ ଦେଶୀ ଡାଲି ପ୍ରକ୍ରିୟାକରଣ ପ୍ରସ୍ତୁତି କେନ୍ଦ୍ର ମଧ୍ୟ ଆଜି ଲୋକାର୍ପିତ ହୋଇଛି ।

Leave A Reply

Your email address will not be published.