ମା’ ଭୈରବି ବସ କର୍ମଚାରୀ ସଂଘ ବୌଦ୍ଧର ମହାନତା : ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ରସ୍କା ପଞ୍ଚାୟତ ଦହ୍ୟା ଗ୍ରାମର କ୍ଷେତ୍ରବାସୀ ସାହୁ, ପେସାରେ ସେ ଜଣେ ଡ୍ରାଇଭର । ତେଳ, ଲୁଣ ପାଞ୍ଚ ପ୍ରାଣୀର କୁଟୁମ୍ବ, ବେଶ ହସଖୁସିରେ ଚାଳୁଥାଏ । ଧର୍ମତ ସହ୍ୟ କରି ପାରିଲାନି । ଚଳିତ ମାସ ୧ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡିଲେ । ଅସୁସ୍ଥ ଅବସ୍ଥାରେ କ୍ଷେତ୍ରବାସୀଙ୍କ ହେହାନ୍ତ ହୋଇଗଲା । ବେସାହାରା ହୋଇଗଲା କ୍ଷେତ୍ରବାସୀଙ୍କ ପରିବାର । ପରିବାରର ସମସ୍ତ ସଦସ୍ୟ ବାହୁନି ବାହୁନି କାନ୍ଦି ଝୁରି ହେଉଛନ୍ତି । ହେଲେ ବିଧିର ବିଧାନ କେ କରିବ ଆନ । ଆଉ କ’ଣ ଫେରି ଆସିବେ କ୍ଷେତ୍ରବାସୀ ? କ୍ଷେତ୍ରବାସୀଙ୍କ ଶୁଦ୍ଦିକ୍ରିୟାରେ ମା’ ଭୈରବୀ ବସ କର୍ମଚାରୀ ସଂଘ ବୌଦ୍ଧ ତରଫରୁ ୫ ହଜାର ଆର୍ଥିକ ସହାୟତା ଓ କିଛି ବସ୍ତ୍ର ଦେଇଥିଲେ ଏବଂ ଅନ୍ୟାନ୍ୟ ସହାୟତା କରାଇ ଦେବାକୁ ମୃତ କ୍ଷେତ୍ରବାସୀଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି । ମା’ ଭୈରବୀ ବସ କର୍ମଚାରୀ ସଂଘର ସମ୍ପାଦକ ଦୀଲିପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ନାଏକ, ସଦସ୍ୟ ଅମିତ ରାଜ, ବିଶ୍ବାମିତ୍ର ମେହେର, ରଜଂନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.