oom

ଏ.ଆଇ.କେ.କେ.ଏମ୍‌.ଏସ୍‌. ପକ୍ଷରୁ ଏମ୍‌.ଏସ୍‌.ପି. ସପ୍ତାହ ପାଳିତ

jsmm

ଡେଲଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଏମ୍‌.ଏସ୍‌.ପି.କୁ ଆଇନର ମାନ୍ୟତା ଦେବା ଓ ସ୍ୱାମୀନାଥନ କମିଶନର ରିପୋର୍ଟ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ମୂଲ୍ୟ ନିର୍ଧାରଣ କରିବା ଦାବୀରେ ଚଳିତ ମାସ ୧୧ରୁ ୧୭ ଯାଏ ଦାବୀ ସପ୍ତାହ ଡାକରା ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ଗ୍ରାମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସଭାପତି କମ୍ରେଡ଼ ଦୀନବନ୍ଧୁ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏ.ଆଇ.କେ.କେ.ଏମ୍‌.ଏସ୍‌.ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଯୋଗଦେଇ କହିଲେ, ଏମ୍‌.ଏସ୍‌.ପି.କୁ ଆଇନର ମାନ୍ୟତା ଦେବା ପାଇଁ ବିଜେପି ନେତୃତ୍ତ୍ଵାଧିନ ମୋଦୀ ସରକାର ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଦୀର୍ଘ ଦିନଧରି ଏ ଦିଗରେ ଆଦୌ ଧ୍ୟାନ ନ ଦେବା ଯୋଗୁଁ ଚାଷୀମାନେ ବହୁତ କ୍ଷତିଗ୍ରସ୍ତ ହେଉଥିବା ବେଳେ ଏହା ବିରୋଧରେ ଲଗାତର ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ପୁରୀ ଜିଲ୍ଲା ସଭାପତି କମ୍ରେଡ଼ ଗଙ୍ଗାଧର ପ୍ରଧାନ, ତ୍ରିନାଥ ପ୍ରଧାନ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ଆଗାମୀ ଦିନରେ ଚାଷୀ ମୂଲିଆ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଉପସ୍ଥିତ ଚାଷୀ ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

jittmm
Leave A Reply

Your email address will not be published.