ରାଜ୍ୟ ସ୍ତରୀୟ ଜୈବ ବିବିଧତା ଓ ସମୁଦାୟ ସତର୍କତା କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ସ୍ତରୀୟ ଜୈବ ବିବିଧତା ଓ ସମୁଦାୟ ସତର୍କତା ସମ୍ପର୍କରେ ଦୁଇ ଦିନିଆ କର୍ମଶାଳା ସ୍ଵେଛା ସେବୀ ଅନୁଷ୍ଠାନ ସେବାଜଗତର ବୁରାଟ ସ୍ତିତ ତାଲିମ କେନ୍ଦ୍ର ଥାଟ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ଯୋଗାଦେଇଥିବା ବେଳେ ରାଜ୍ୟସ୍ୱ ପରିଦର୍ଶକ ତପୋବନ ବାରିକ, ପ୍ରଦୀପ ମହାରଣା (ଏଫ୍‌.ଇଏସ୍‌, ଭୁବନେଶ୍ୱର), ନାନା ଜି (ଧରିତ୍ରୀ ଅନୁଷ୍ଠାନ, ଆନ୍ଦ୍ରପ୍ରଦେଶ) ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସେବା ଜଗତର ସଂପାଦକ ସତ୍ୟନାରୟଣ ପଟ୍ଟନାୟକ ପରିଚାଳନା କରିଥିଲେ । ଏଥିରେ ଫାଗୋ ନେଟୱାର୍କ ସହିତ ଜଡିତ ଥିବା ଓଡିଶା ରାଜ୍ୟର ୧୧ଟି ଜିଲ୍ଲାର ମୋଟ ୬୦ ଜଣ କର୍ମକର୍ତା ଓ ପ୍ରତିନିଧି ଯୋଗଦାନ କରିଥିଲେ । କର୍ମଶାଳାରେ ଜୈବ ବିବିଧତାର ସୁରକ୍ଷା ଓ ପରିଚାଳନା ବିଷୟରେ ଆଲୋଚନା କରାଯାଇ ଯାହା ସରକାରୀ ସ୍ତରରେ ଥିବା ଯୋଜନା, ଆଇନର କାର୍ଯ୍ୟକାରିତାକୁ କିପରି ଗାଁ ସ୍ତରରେ ପହଂଚି ପାରିବ ସେ ସମ୍ପର୍କରେ ତର୍ଜମା କରାଯିବା ସହିତ ପୂର୍ବରୁ ଗାଁ ସ୍ତରରେ ଥିବା ପାରମ୍ପରିକ ଜ୍ଞାନ କୌଶଳ, ସାଂସ୍କୃତିକ ଓ ଚଳଣିକୁ କିପରି ଉତ୍‌ଜୀବିତ କରାଯାଇ ଓ ଏଥିରେ ତୃଣମୂଳ ସ୍ତରରେ କ’ଣ କରାଯାଇ ପାରିବ ତାହାର ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.