୫ କୋଟି ୮୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ୨ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ନୟାଗଡ଼ ଫତେଗଡ଼ ଭାପୁର ନିକଟରୁ ୫ କୋଟି ୮୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିବା ଖବର ମିଳିଛି । ଏହା ସହ ଏସଟିଏଫ୍ ୨ ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି । ସୂଚନାନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ନୟାଗଡ଼ ଫତେଗଡ଼ ଭାପୁର ଅଞ୍ଚଳରେ ଚଢାଉ କରିଥିଲା ଏସଟିଏଫ୍ । ଏହି ଚଢାଉରେ ପ୍ରାୟ ୫୮ କେଜି ବ୍ରାଉନସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହିତ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ବୋଲଗଡର ପ୍ରମୋଦ କୁମାର ସାହୁ ଓ ଫତେଗଡର ଦାଶରଥୀ ଲେଙ୍କା ବୋଲି ଜଣାପଡିଛି ।

Leave A Reply

Your email address will not be published.