ପାଟଣାଗଡ ମାଟିର ବଳିଷ୍ଠ ବିଜେପି ସଂଗଠକ ଚାଲିଗଲେ : ଭକ୍ତବନ୍ଧୁ ନାଏକଙ୍କ ପରଲୋକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ମାଟିର ବଳିଷ୍ଠ ବିଜେପି ସଂଗଠକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକରେ ଦୁଇ ଦୁଇ ଥର ଚେୟାରମେନ୍‌ ରହିଥିବା ଭକ୍ତବନ୍ଧୁ ନାଏକ(୪୫)ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ଦେହାନ୍ତ ହୋଇଯାଇଛି । ଆକଷ୍ମିକ ବ୍ରେନ ହେମରେଜ୍‌ ଯୋଗୁଁ ସେ ବରଗଡ ସ୍ଥିତ ବିକାଶ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଶୋକର ଛାୟା ଖେଳିଯାଇଛି । ଜଣେ ବନ୍ଧୁବତ୍ସଳ, ସ୍ନେହୀ ତଥା ଲୋକପ୍ରିୟ ଜନ ପ୍ରତିନିଧି ଭାବେ ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲେ ।

Leave A Reply

Your email address will not be published.