oom

ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ନିମନ୍ତେ ୨୪ ପ୍ରହର ନାମଯଜ୍ଞ ପାଇଁ ଏକ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଣ୍ଟିଆଗଡ଼, ମୟୁରପଦା, ଖଟୁଆକୁଦା, ଗୋଖର କୁଦା, ହୁମ୍ମା, ନିଳାଦ୍ରୀପୁର ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସୋମବାର ପ୍ରଭାତ ସମୟରେ ଗଞ୍ଜାମ ସନ୍ନିକଟ ଦାମୋଦରପୁର ଗ୍ରାମ ପୁଣ୍ୟତୋୟା ଋଷିକୂଲ୍ୟା ନଦୀ କୂଳରେ ପହଁଚିବା ସହ ବିଧି ଅନୁଯାୟୀ ପୂଜାର୍ଚନା କରିବା ସହ ବାଦ୍ୟବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ ଗଞ୍ଜାମ ସହର ମୁଖ୍ୟରାସ୍ତା ଦେଇ ପ୍ରାୟ ୧୦ କିଲୋମିଟର ଅତିକ୍ରମ କରି ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚିଥିଲେ । ଉକ୍ତ ଦେବକାର୍ଯ୍ୟରେ ହୁମ୍ମା ପଞ୍ଚ ଦୋଳଯାତ୍ରାରେ ସାମିଲ ହେଉଥିବା ପ୍ରତ୍ୟେକ ଠାକୁରଙ୍କ ଚଳତି ପ୍ରତିମା ସମୂହ ଯଜ୍ଞ ମଣ୍ଡପକୁ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଖଟୁଆକୁଦା ଗ୍ରାମବାସୀଙ୍କ ତରଫରୁ ସମସ୍ତ ଠାକୁରଙ୍କୁ ଆମନ୍ତ୍ରଣ କରାଯାଇ ସମସ୍ତ ଠାକୁରମାନଙ୍କୁ କଣ୍ଟିଆଗଡ଼ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ପରେ ୨୪ ପ୍ରହର ନାମଯଜ୍ଞ ଓ ଘୃତଯଜ୍ଞର ଶୁଭାରମ୍ଭ ହୋଇଥିଲା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବେଳେ ୬ ତାରିଖରେ ପ୍ରବଚକ ଜିତୁଦାଶଙ୍କ ପ୍ରବଚନ ଓ ଦୃଷ୍ଟିହୀନ ଭଜନ ସମାରୋହ, ୭ ଓ ୮ ତାରିଖ ସନ୍ଧ୍ୟାରେ କଣ୍ଠଶିଳ୍ପୀ ବନ୍ଦିତା ନାୟକଙ୍କ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଦେବକାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.