ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ କଲେଜରେ ଆଡମିଶନ ଅଭିଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ବରରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ କଲେଜରେ ଆଡମିସନ୍ ଘଟଣା ପଦାକୁ ଆସିଛି । ଗତ ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏନେଇ ଏତଲା ଦେଇଛନ୍ତି । ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ, ସେନେଇ ତଦନ୍ତ ହେବ ବୋଲି ବିଜେବି କଲେଜ ପ୍ରିନ୍ସିପାଲ କହିଛନ୍ତି ।

Leave A Reply

Your email address will not be published.