csstore

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଘେଁସ ପେଟୁପାଲିଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ କବିଙ୍କ ପୂର୍ଣ୍ଣ ବୟାବହ ମୂର୍ତ୍ତିକୁ ଉଦ୍‌ଘାଟନ କରିଥିଲେ । ପେଟୁପାଲି ଭୁଲିଆ ସମାଜର ଦ୍ଵାରା ଆୟୋଜିତ ତଥା ପ୍ରତିମୂର୍ତ୍ତି ସ୍ଥାପନା ଉତ୍ସବରେ ମେହେର ସମାଜର ସଭାପତି ଗଜରାଜ ମେହେର ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ କିଶୋର ମେହେର, ସୁବ୍ରତ କୁମାର ସିଂ, ସୁରେନ୍ଦ୍ର ମୋହନ ମେହେର, ଡଃ ସୁବାଷ ମେହେର, କବିଙ୍କ ଅଣନାତି ମହେନ୍ଦ୍ର କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମାଜର ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ବରପାଲି କବିଙ୍କ ଜନ୍ମ ମାଟିରୁ ଜ୍ୟୋତି ଅଣାଯାଇ ସ୍ଥାପନା କରାଯାଇଥିଲା । ଶେଷରେ ସୁମନ୍ତ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.