ଖପ୍ରାଖୋଲ, (କେପିଏନ୍ଏସ୍) : ଖପ୍ରାଖୋଲ ବ୍ଲକର ନବ ନିର୍ମିତ ସଂଗଠନ ଆଞ୍ଚଳିକ ଯୁବ ସଂଘ ଆଜି ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତ ଓ ଆଇଆଇସି ରମାକାନ୍ତ ସାହୁଙ୍କୁ ସାକ୍ଷାତ କରି ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଞ୍ଚଳିକ ଯୁବ ସଂଘ ଖପ୍ରାଖୋଲ ଅଞ୍ଚଳର ବିକାଶ ଏବଂ ଅସହାୟ ଲୋକଙ୍କୁ ସେବା ଯୋଗେଇ ଦେବା ପାଇଁ ଆଗେଇ ଆସିଛନ୍ତି । ଆଜି ଖପ୍ରାଖୋଲ ବିଡ଼ିଓଙ୍କୁ ଭେଟି ଅଂଚଳର ଗରୀବ ଅସହାୟ ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଘର ଥବିର ମେହେର, ବେଦବର ଛତ୍ରିଆ, ଅଶୋକ ରଣା, ଶଶୀ ପାତ୍ର, ରଘୁ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ହୋଇଥିଲେ । ଆଗକୁ ଅଞ୍ଚଳର ଅସହାୟ ଲୋକଙ୍କୁ ସରକାରୀ ଯୋଜନା ସ୍ତରରେ ସାମିଲ କରିବା ପାଇଁ ସଂଘର ସମ୍ପାଦକ ବେଦବର ଛତ୍ରିଆ କହିଛନ୍ତି । ଏହିପରି କାର୍ଯ୍ୟକ୍ରମକୁ ବିଡ଼ିଓ ଏବଂ ଥାନା ଅଧିକାରୀ ପ୍ରଶଂସା କରିଛନ୍ତି ।
Prev Post