csstore

ରାଣିବନ୍ଧ ଉନ୍ନୟନ କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ପାଠାଗାରରେ ଟିକ୍ରାପଡା, ମାଲପଡା ତଥା କଂସାରିପଡା ଅଧିବାସୀ ଓ ଗାନ୍ଧୀ ପାଠାଗାରର ସଭ୍ୟମାନଙ୍କର ଏକ ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଣୀବନ୍ଧର ଦୂରାବସ୍ଥା ତଥା ପ୍ରଶାସନିକ ଅବହେଳା ବିଷୟରେ ଆଲୋଚନା ହୋଇଥିଲା । ଦଶାଗୃହ ପାଖରେ ଥିବା ଅସ୍ଥି ରଖିବା ଗୃହ ଭଙ୍ଗାଯିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ରାଣୀବନ୍ଧକୁ ବାରମ୍ବାର ଅନୁଦାନ ଆସି ବାଟମାରଣ ହୋଇ ବନ୍ଧ ଅବହେଳିତ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ଉପସ୍ଥିତ ଜନସାଧାରଣଙ୍କ ମତାମତରେ ରାଣୀବନ୍ଧ ଉନ୍ନୟନ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ଗାନ୍ଧୀପାଠାଗାର ସଭାପତି ଓ ସମ୍ପାଦକ ସଭ୍ୟ ରହିବା ସହ ସ୍ଥାନୀୟ ଚାରୋଟି ୱାର୍ଡର କାଉନସିଲର ମହେନ୍ଦ୍ର ବାଗ, ଇସମତ ଆରା ଖାନ, ସଞ୍ଜୁଲତା ଦନ୍ତା, ସନ୍ତୋଷିନୀ କୁଅଁର ସଭ୍ୟ ରହିବା ସହ ଭଗବାନ ବଗର୍ତ୍ତି, କୃଷ୍ଣ ପ୍ରସାଦ ମିଶ୍ର, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର, କୁନୁ ପାତ୍ର, ରବିନ୍ଦ୍ର ସାହୁ, ରାଜୀବ ଦାସ, ଅଜିତ ପଣ୍ଡା ପ୍ରମୁଖ ସଭ୍ୟ ମନୋନୀତ ହୋଇଥିଲେ । ଏହି ସଭାରେ ରାଣୀବନ୍‌ ଉନ୍ନତିକରଣ ନିମନ୍ତେ ଆସିଥିବା ସରକାରୀ ଅନୁଦାନର ଠିକ୍‌ ଭାବରେ ବିନିଯୋଗର ତଦାରଖ କରିବା ତଥା ଦଶଗୃହ ନିକଟରେ ଅସ୍ଥି ଗୃହ ଏବଂ ଗାଧୁଆ ଗୃହ ନିର୍ମାଣ, ବନ୍ଧ ହୁଡାରେ ଥିବା ଡିପ୍‌ ଟ୍ୟୁବ୍‌ ୱଏଲକୁ କାର୍ଯ୍ୟକ୍ଷମ କରି ପମ୍ପ ହାଉସ ନିର୍ମାଣ, ଜଗୁଆଳି ନିଯୁକ୍ତି, ବନ୍ଧ ଆଡି ସଭା ସୁତୁରା, ସମସ୍ତ ପାହାଚ ମରାମତି, ବନ୍ଧ ହୁଡାରେ କଂକ୍ରିଟ ରାସ୍ତା ସହ ଲାଇଟର ବ୍ୟବସ୍ଥା, ବନ୍ଧ ଜବରଦଖଲ ଉଚ୍ଛେଦ ଆଦିର ଏକ ଦାବୀପତ୍ର ନବ ନିର୍ବାଚିତ ନଗରପାଳଙ୍କୁ ପ୍ରଦାନ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଗାନ୍ଧୀପାଠାଗାର ସଂପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.