ଆସନ୍ତା ୪ ତାରିଖ ତାଲାବନ୍ଦ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ଓ ଜଗଲପାଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ମିଳିତ ଭାବରେ ଶନିବାର ବଜାର ପଲ୍ଲୀବିକାଶଠାରେ ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସମ୍ପାଦକ ଗଜପତି ସାହୁଙ୍କ ନେତୃତ୍ୱରେ ତରଣୀ ସେନ ପଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀମାନଙ୍କ ଅନେକ ଗୁରୁତ୍ୱ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟୁତ ବିଲ ସମସ୍ୟା, ବୀମା ସମସ୍ୟା, ମରୁଡିକୁ ମୁଖ୍ୟ ପ୍ରସଙ୍ଗ କରାଯାଇ ଆଗାମୀ ୪ ତାରିଖରେ ହେବାକୁ ଥିବା ଆନ୍ଦୋଳନ ଓ ତାଲାବନ୍ଦକୁ ବହୁ ସଂଖ୍ୟାରେ ସାମିଲ ହୋଇ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ବେଳେ ଚାଷୀମାନଙ୍କ ଅସୁବିଧାରେ ଛିଡା ହୋଇ ଲଢ଼ିବା ଓ କୃଷକମାନଙ୍କ ସମସ୍ତ ପ୍ରକାର ଅସୁବିଧାରେ ଏହି ସଂଗଠନ କାର୍ଯ୍ୟ କରିବ ଏବଂ ଏକତ୍ରିତ ହୋଇ ଲଢ଼ିଲେ ସବୁ ସମସ୍ୟାର ସମାଧାନ ହେଇ ପାରିବ ବୋଲି ସଂଘର ବ୍ଲକ ସମ୍ପାଦକ ଗଜପତି ସାହୁ ଆହ୍ୱାନ କରିଥିଲେ । ଏହି କମିଟିରେ ଡାଙ୍ଗବାହାଲ ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମ ସାହୁ ସଭାପତି, ଡୋଲାମଣୀ ସାହୁ ଉପସଭାପତି, ଡୋଳାମଣି ସାହୁ(କ)ସମ୍ପାଦକ, ସପ୍ତମ ନାୟକ ସହ ସମ୍ପାଦକ, ଜୟ ପ୍ରକାଶ ସାହୁ କୋଷାଧ୍ୟକ୍ଷ, ଉପଦେଷ୍ଟା ସୁଦର୍ଶନ ସାହୁ, ତ୍ରିନାଥ ସାହୁ, ଫଗୁନୁ ଚରଣ ବାଗ, ମହାଦେବ ସାହୁ, କ୍ଷୀତି ସାହୁ, ସୁକଦେବ ସରାପ ଓ ଜଗଲପାଟ ଗ୍ରାମ ପଂଚାୟତର ଜିନ୍ଦା ଭୋଇ ସଭାପତି, ପାନ ଥପା ଉପ ସଭାପତି, ସଞ୍ଜୟ ଜର୍ଜରୀଆ ସମ୍ପାଦକ, ଚେରମେନ ସାହୁ ସହ ସମ୍ପାଦକ, ବିପିନ ସାହୁ କୋଷଧ୍ୟକ୍ଷ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଚାଷୀମାନଙ୍କ ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନରେ ଏକଜୁଟ ହୋଇ କାମ କରିବା ପାଇଁ ଆଲୋଚନା କରାଯାଇଛି । ଏହି ବୈଠକରେ ବ୍ଲକ ସଂଗଠନର ସମ୍ପାଦକ ଗଜପତି ସାହୁ, ସୁଜିତ ପାତ୍ର, ସୁରେଶ ଜୁଆଡି ଓ ୨ ଗୋଟି ପଞ୍ଚାୟତର ବହୁ ଚାଷୀ ଅନେକ ପ୍ରମୁଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.