csstore

ହୃତଘାତରେ ଅର୍ଜୁନପୁର ଇଓ ବୈଜେନ୍ଦ୍ର ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବୈଜେନ୍ଦ୍ର ମାଝୀଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଶ୍ରୀ ମାଝୀ ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସ୍ଥାୟୀ ବାସିନ୍ଦ‌ା ଥିବା ବେଳେ ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ଅର୍ଜୁନପୁର ପଞ୍ଚାୟତରୁ କାମରୁ ଘରକୁ ଫେରି ଶ୍ରୀ ମାଝୀ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ରାତି ୧୦ଟା ସମୟରେ ତୁଷୁରା ଡ଼ାକ୍ତରଖାନାକୁ ନେଇଥିଲେ, ହେଲେ ସେଠାରେ କାର୍ଯ୍ୟରତ ଥିବା ଡ଼ାକ୍ତର ଅନୁପସ୍ଥିତ ଥିବାରୁ ପରିବାର ଲୋକେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ହସପିଟାଲକୁ ନେଇଥିଲେ ।‌ କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଜଣେ ପୁଅ ଅଂଶୁମାନ, ଦୁଇ ଝିଅ ପ୍ରିୟଙ୍କା ଓ ପ୍ରିୟା ଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ରହିଛନ୍ତି । ଗାଁ ମଶାଣୀରେ ଶେଷକୃତ ସଂପନ୍ନ ହୋଇଥିଲା ତାଙ୍କ ପୁତୁରା ଭୋଜରାଜ ମାଝୀ ମୁଖାଗ୍ନୀ ଦେଇଥିଲେ ।

jayashree
Leave A Reply

Your email address will not be published.