ନେହେରୁ ଏସୋସିଏସନ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ନେହେରୁ ଏସୋସିଏସନ୍‌ ପକ୍ଷରୁ ଆଜି ସ୍ବର୍ଗତ ବେଣୁଧର ରାଓଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଏସୋସିଏସନ୍‌ର ସଭାପତି ଆନନ୍ଦ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସଦସ୍ୟ ପ୍ରେମାନନ୍ଦ ଭୋଇ ସ୍ବର୍ଗତ ବେଣୁଧର ରାଓଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ, ସ୍ବର୍ଗତ ରାଓଙ୍କ ଅବଦାନ ଆମ ଏ ଅଞ୍ଚଳବାସୀଙ୍କ ପ୍ରତି ଅତୁଳନୀୟ । ଗରିବ ଖଟିଖିଆ ମଜୁରିଆଙ୍କ ପାଇଁ ତାଙ୍କର ବହୁ ଦରଦ ରହିଥିଲା । ଅତ୍ୟନ୍ତ ମେଳାପି ମଧୁର ଭାଷୀ ହୋଇଥିବାରୁ ସମସ୍ତଙ୍କୁ ସହଜରେ ଆପଣେଇ ନେଉଥିଲେ । ଏହି ଅବସରରେ ନେହେରୁ ଏସୋସିଏସନର କାର୍ଯ୍ୟକାରୀ ସଭାପତି ରାଜ କେନେଡି ମଧ୍ୟ କହିଲେ ସେ ଜଣେ ସର୍ବଧର୍ମ ସମନ୍ବୟ ମଣିଷ ଥିଲେ । ଏହି ଅବସରରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.