csstore

ମୁରସିଂହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନୟନ ପାଇଁ ଦାବୀ ଜୋର ଧରୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଶତାଧିକ କର ଜମିକୁ ପାଣି ମାଡିବାକୁ ଉପର ମୁଣ୍ଡେ ଥିବା ଗୁର୍ଜିମୁଣ୍ଡା ପ୍ରକଳ୍ପ ଉପରେ କାମ କରିବାକୁ ବାରମ୍ବାର ଦାବୀ ହୋଇଆସୁଛି । ଦାବୀ ଅନୁସାରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କିଛି କାମରେ ଲାଗୁ ନାହିଁ ତେଣୁ ଚାଷୀମାନେ ଶୁକ୍ରବାର ମୁରସିଂହ ଗାଁର ପ୍ରିନ୍ସ କ୍ଲବରେ ମୁରସିଂହ ଗ୍ରାମ୍ୟ ଉନ୍ନୟନ କମିଟିର କାର୍ଯ୍ୟ ନିର୍ବାହକ କମିଟିର ବରିଷ୍ଠ ସଦସ୍ୟ ଚକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ହୋଇଥିଲା ଯେ, ଗତ ଜାନୁଆରୀ ୧୦ ତାରିଖରେ କ୍ଷୁଦ୍ର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଦେଇଥିବା ଦରଖାସ୍ତ ଅନୁସାରେ ଏବଂ ତାଙ୍କ ପ୍ରତିଶ୍ରୁତି ମତେ ମୁରସିଂହ ଏମ୍‌ଆଇପି-୧ ଗୁର୍ଜିମୁଣ୍ଡାକୁ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏ ବିଷୟରେ କମିଟି ପକ୍ଷରୁ ପୁଣି ଥରେ ସାକ୍ଷାତ କରି ପରାମର୍ଶ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସଭାରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ ସହ ପୂର୍ବ ସରପଞ୍ଚ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବୈଠକ ପରିଶେଷରେ କମିଟିର କୋଷାଧ୍ୟକ୍ଷ ଇନ୍ଦ୍ର ସାହୁ ଧନ୍ୟବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.