ଦେଓଗାଁ ବନାଞ୍ଚଳ ପକ୍ଷରୁ ବିଭିନ୍ନ ଗାଁରେ ଜଙ୍ଗଲକୁ ନିଆଁରୁ ସୁରକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଜଙ୍ଗଳକୁ ନିଆଁରୁ ରକ୍ଷା କରିବା ପାଇଁ ଦେଓଗାଁ ବନାଞ୍ଚଳ ତରଫରୁ ଦେଓଗାଁ, କୁଡାସିଂହା ଓ ଗୁଡଭେଲା ସେକ୍‌ସନ୍‌ର ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥରେ ତୁଷୁରା କୃଷ୍ଣପ୍ରିୟା କଳାପରିଷଦର ପୂର୍ଣ୍ଣଚନ୍ଦ୍ର ଛତ୍ରୀଆ (ସାନ) ଓ ପ୍ରିୟବ୍ରତ ଛତ୍ରୀଆ(ବଡ଼) ତାଙ୍କ ସାଥୀଙ୍କ ସହ ବିଭିନ୍ନ ପଥପାନ୍ଥ ନାଟକ ଓ ନୃତ୍ୟ ପରିବେଷଣ କରି ଜନସାଧାରଣଙ୍କୁ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଦେଓଗାଁ ବନାଚଂଳ ଅଧିକାରୀ ଆଲୋକ ମାଝୀ, ବନପାଳ, ମଧୁସୂଦନ ଚାନ୍ଦ, ପିଙ୍କୁ ଭୋଇ, ବନରକ୍ଷୀ ବିପିନ ବିହାରୀ ଭୋଇ, ପ୍ରଶାନ୍ତ ବେହେରା ତଥା ପାରା ଫରେଷ୍ଟ ସ୍କ୍ୱାଡ଼ ଓ ନିଆଁ ଲିଭାଲି ଓ କର୍ମଚାରୀ ଉପସ୍ଥିତ ଥିଲେ । ଏଥି ସହ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏକ ୧୦ଜଣିଆ ନିଆଁ ଲିଭା ସ୍କ୍ୱାର୍ଡ ଏବଂ ଏକ ଗାଡି ନିୟୋଜିତ କରିବା ସହ ରେଞ୍ଜରେ ୧୦ଜଣ ପାରା ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ୧୩ ଗୋଟି ନିଆଁ ଲିଭା ଯନ୍ତ୍ର ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.