ପାଟଣାଗଡ଼ ପ୍ରଶାସନ ପକ୍ଷରୁ ୮୬ତମ ଓଡ଼ିଶା ଦିବସ ମହାସମାରୋହ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ସହର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ସ୍ଥାନୀୟ ରମାଇଁ ହାଇସ୍କୁଲ ଶ୍ରେଣୀ ଗୃହ ପରିସରରେ ପ୍ରଶାସନ ପକ୍ଷରୁ ଆୟୋଜିତ ୮୬ତମ ଓଡ଼ିଶା ଦିବସ ସମାରୋହରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେକ ଅବଦ୍ଦୁଲ କସମ ମୁଖ୍ୟ ବକ୍ତା ଭାବେ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଜନ୍ ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ବେଲପଡା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ପ୍ରମୁଖ ବରଣ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ସେଠି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମର୍ପଣ ତ୍ୟାଗର ସ୍ୱପ୍ନ ଦେଖାଉଥିବା ମହାମାନବଙ୍କ ଚିନ୍ତାଧାରା କ’ଣ ଥିଲା ତାହାକୁ ଉପଲବ୍ଧି କରିବା, ଓଡିଆ ଭାଷାକୁ ନେଇ ଗର୍ବକରିବା ଓଡିଆରେ କଥାବାର୍ତ୍ତା ଓ ଦରଖାସ୍ତ ଲେଖିବା ତା’ହେଲେ ଓଡିଶା ଦିବସ ପାଳନ ସହ ସମନ୍ୱୟ ରହିଲେ ଲକ୍ଷ ସାଧିତ ହୋଇପାରିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ସେକଅବଦ୍ଦୁଲ କସମ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ କବି ଡଃ ରମାକାନ୍ତ ପଣ୍ଡାଙ୍କ ଉଦୃତ ଜାତି ଅଛି ସ୍ଵପ ନାହିଁ ଉକ୍ତିର ଉଦାହରଣ ଦେଇ ବକ୍ତବ୍ୟରେ କହିଲେ ଯେ ଯେଉଁ ଜୀବନରେ ସ୍ଥାଣୁତା ରହିଛି ତେବେ ବିକଶିତ ହୋଇପରିବ ନାହିଁ ଦଶଟି ସୂତ୍ର ପାଳନ ପୂର୍ବକ ଓଡିଶା, ସାହିତ୍ୟ, ମାତୃଭାଷାକୁ ଭଲ ପାଇବା ହୃଦୟରେ ସ୍ଥାୟୀ ଅନୁରାଗ ନଥାଏ, ଜୀବନ ଥାଇ ଯଦି ଅନୁଭବ ନଥାଏ ତେବେ ସେ ଜୀବ ଜୀବନ ନୁହେଁ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରୀଛାତ୍ରଙ୍କୁ ଅତିଥିମାନେ କରିଥିଲେ । ସଂଗୀତରେ ବର୍ଷା ରାଣୀ ତ୍ରିପାଠୀ ପ୍ରଥମ ସ୍ଥାନ, ମନୀସା ମଞ୍ଜରୀ ବିଶୋଇ, ଦ୍ଵିତୀୟ ଓ ଅନ୍ମେଷା ଠାକୁର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବକୃକ୍ତାରେ ସୁଜଳ କୁମାର ପଣ୍ଡା ପ୍ରଥମ, ଆୟୁଷ ମେହେର ଦ୍ଵିତୀୟ, ପ୍ରିୟାନ୍ସୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରେ ଉପଖଣ୍ଡର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ଉପଖଣ୍ଡ ଡାକ୍ତରଖାନା ଅଧିକାରୀ ଡକ୍ଟର ପିତବାସ ସା, ଅଧ୍ୟକ୍ଷ, ଅଧ୍ୟାପକ, ଅନୁପମା ପଣ୍ଡା, ସୁପରଭାଇଜର, ଅଙ୍ଗନୱ।ଡି କର୍ମୀ, ଆଶା, ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ । ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଂଞ୍ଜିବ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.