ସଇଁତଲାରେ ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ

  • ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାଙ୍କୁ ଗୁରୁତ୍ୱ ଦିଆଯିବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ଅଧ୍ୟକ୍ଷତା କରି ପ୍ରଥମେ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସଭାରେ ପାନୀୟ ଜଳ ଯୋଗାଣ ଓ ଜଳ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଏହା ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିବା ସହିତ ପଞ୍ଚାୟତକୁ ଆସୁଥିବା ସରକାରଙ୍କ ବିଭିନ୍ନ ଯୋଜନାକୁ ଯୋଗ୍ୟ ହିତାଧିକାରୀମାନେ ଯେପରି ଉପକୃତ ହେବେ ସେ ଉପରେ ଧ୍ୟାନ ଦେବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ସେହିପରି ପଞ୍ଚାୟତରେ ଷ୍ଟ୍ରୀଟ ଲାଇଟ ବିଦ୍ୟୁତ ବାବଦରେ ୧୬ ଲକ୍ଷ, ପାଣି ପମ୍ପ ବିଦ୍ୟୁତ ବାବଦରେ ୨୦ ଲକ୍ଷ, ଜଳ ଯୋଗାଣ କର୍ମଚାରୀ (ଏସିଏମ୍‌)ଙ୍କ ୭ ମାସର ଦରମା ବାକି ଥିବାରୁ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ନାଗଙ୍କ ସହ ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ବୈଠକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସଭାରେ ନାଏବ ସରପଞ୍ଚ ନିରୁପମା ମାଝୀ, ତପୁ ସିଂ ଭୋଇ, ସୁନୀଲ ସେଠ, କଲ୍ୟାଣୀ ପୃଷେଠ, ଜସ୍ମିନ ଜାଲ, ରମାକାନ୍ତ ପାରାଭୁଏ, ଲଳିତା ଦଣ୍ଡସେନା, ପଦ୍ମାବତୀ ମାଝୀ, ପୁଟା ମେଡମ ଓ ମୁନୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.