ଗାଁ ଭିତରୁ ହରିଣ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ହଳିସୋ ଗାଁରେ ଦୁଇ ଦିନ ଧରି ଏକ ହରିଣ ବୁଲୁଥିବା ଦେଖି ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଛନ୍ତି । ଏହି ହରିଣଟି ଶାରିଶୁଆ ପାହାଡ଼ରୁ ଖସିଆସିଥିବା ଅନୁମାନ କରାଯାଉଛି । ଗ୍ରାମବାସୀମାନେ ହରିଣଟିକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ତେବେ ହରିଣଟି ସୁସ୍ଥ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.