ମହୁଲ ଗୋଟାଇବାକୁ ଯିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ସ୍ଵାମୀ ସ୍ତ୍ରୀ

ଆନନ୍ଦପୁର : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୌଡିଆବାହାଳିରେ ମହୁଲ ଗୋଟାଇବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ । ସ୍ତ୍ରୀ ଗୁରୁତର ଥିବା ବେଳେ ସ୍ଵାମୀ ଆହତ ହୋଇତିବା ଜଣାପଡିଛି । ଉଭୟଙ୍କ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୌଡିଆବାହାଳିର ଗୋପୀନାଥ ମହାନ୍ତ ଓ ବୀଣାପାଣି ଆଜି ସକାଳୁ ମହୁଲ ଗୋଟାଇବାକୁ ନିଜ ଗାଁ ନିକଟରେ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ବାଟରେ ଭାଲୁ ହାବୁଡରେ ପଡିଥିଲେ । ଭାଲୁଟି ପ୍ରଥମେ ସ୍ତ୍ରୀ ବୀଣାପାଣିଙ୍କୁ ଆକ୍ରମଣ କରିବାରୁ ସ୍ଵାମୀ ଗୋପୀନାଥ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବୀଣାପାଣିଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି ।

Leave A Reply

Your email address will not be published.