ନିଖୋଜ ଯୁବକଙ୍କ ଗଳିତ ମୃତଦେହ ନାଳାରୁ ଉଦ୍ଧାର : ହତ୍ୟା ସନ୍ଦେହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଲରମ୍ଭା ଥାନା ତମିଆଁ ନିକଟସ୍ଥ ଅଡକ ନାଳାରେ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ବିଘ୍ନରାଜ ପୁଟେଲ (୪୫) ବୋଲି ଜଣାପଡିଛି । ବିଘ୍ନରାଜ ଗତ ସୋମବାର ଦିନ ଠାରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ କୌଣସି ପତ୍ତା ପାଇନଥିଲେ । ଗତକାଲି ପ୍ରାୟ ୧୧ଟା ସମୟରେ ତମିଆ ଗାଁର ପ୍ରାୟ ଏକ କିମି ଦୂରରେ ଥିବା ଅଡ଼କ ନାଳରେ ଏକ ବୁଦା ମୂଳେ ଦୁର୍ଗନ୍ଧ ବାହାରୁ ଥିବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ଏକ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏ ବିଷୟରେ ମୃତ ଯୁବକଙ୍କ ପରିବାରକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳକୁ ଯାଇ ବିଘ୍ନରାଜଙ୍କ ଶବକୁ ଚିହ୍ନଟ କରିଥିଲେ । ଏନେଇ ମୃତକଙ୍କ ସ୍ତ୍ରୀ ନିଜ ସ୍ୱାମୀ ବିଘ୍ନରାଜ ନିଖୋଜ ଥିବା ଲରମ୍ଭା ଥାନାରେ ଏତଲା ଦେଇଥିଲେ । ଗତକାଲି ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଲରମ୍ଭା ଥାନା ଅଧିକାରୀ ରବିନ୍ଦ୍ର ବେହେରା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସରକାରୀ ଜିଲ୍ଲାପାଳ କ୍ଷୀରୋଦ କୁମାର ସାହୁ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ମୃତକଙ୍କ ପୁତୁରା ରତନ ପୁଟେଲ ନିଜ କାକାକୁ କେହି ହତ୍ୟା କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ । ମୃତଦେହର ପିଠି ଓ ତଳ ପାର୍ଶ୍ୱରେ କ୍ଷେତ ବିକ୍ଷାତ ହୋଇ ଥିବା ଏବଂ ମାଟିରେ ପୋତି ହୋଇଥିବା ହେତୁ ତାକୁ କେହି ହତ୍ୟାକରି ଥିବା ସନ୍ଦେହ କରାଯାଉଛି । ମୃତଦେହ ପଡିଥିବା ପ୍ରାୟ ୧୦୦ ମିଟର ଦୂରରେ ମୃତକ ବିଘ୍ନରାଜ ପୋଟଲ ଚାଷ କରୁଥିଲେ । ବିଘ୍ନରାଜ ଆତ୍ମ ହତ୍ୟା କରି ନଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି । ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏ ନେଇ ଲରମ୍ଭା ଥାନା କେସ୍ ନଂ ୨୯/୨୨ ଏକ୍ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.