csstore

ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ସଂଧ୍ୟାରେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମୃତି କମିଟି, ରାଜେନ୍ଦ୍ର ଯୁବକ ସଂଘ ଓ ସବୁଜ ଓଡିଶାର ଖୋଲାଫର୍ଦ୍ଧର ମିଳିତ ଆନୁକୂଲ୍ୟରେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର ଯୁବକ ସଂଘର ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତି ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଆର୍‌.ଏନ୍‌. ସିଂହଦେଓ ସ୍ମୃତି କମିଟିର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦାନ କରିଛନ୍ତି । ସଭାକୁ ସନ୍ଦୀପ କୁମାର କୁଅଁର ପରିଚାଳନା କରିଛନ୍ତି । ଏହି ଅବସରରେ ସହରର ୧୮ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଛି । ସହରର ଶତାଧିକ ବୁଦ୍ଧିଜୀବୀ ଏଥିରେ ଯୋଗଦାନ କରିଛନ୍ତି ।

jayashree
Leave A Reply

Your email address will not be published.