ରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଦପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରୁଣ କୁମାର ହେର୍ଣ୍ଣାଙ୍କ ସଭାପତିତ୍ୱରେ ସଂପାଦକ ସନ୍ତୋଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶୁଭ୍ରମ କେଶରୀ ପ୍ରଧାନ, ଉପ-ସଭାପତି ବିଜୟ ମହାରଣା ତଥା ଉପଦେଷ୍ଟା ମଧୁ ସୁଦନ ହୋତା, ବିଦ୍ୟାଧର ପାତ୍ର, ତରୁଣ ହେର୍ଣ୍ଣା ମଞ୍ଚାସୀନ ହୋଇଥିଲେ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସୁଦପଡା ହନୁମାନ ମନ୍ଦିର ୧୦ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ହନୁମାନ ଜୟନ୍ତୀ ପାଳନ ହେବ ବୋଲି ପ୍ରସ୍ତାବ ହୋଇଥିଲା । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଂକିର୍ତ୍ତନ୍ୟ ମଣ୍ଡଳୀ, ବରଗଡ ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲାର କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ପାଇଁ ସ୍ତିରୀକୃତ ହୋଇଛି । ଦଣ୍ଡାସି ଗୌଡ, ଦୁର୍ଯ୍ୟୋଧନ ମହାକୁର, ସୁରୁ ନାଏକ ସଭାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.