ସ୍ଵଚ୍ଛତା ପାଇଁ ଆଗେଇ ଆସିଲେ ଅଗଲାପାଲି କ୍ରିକେଟ୍ ସ୍ପୋର୍ଟସ ଆସୋସିସନ୍‌

ଲୋଇସିଂହା, (କେପିଏନ୍‌ଏସ୍‌) : ଅଗଲାପାଲି ଚାରି ଛକଠାରେ ଦୀର୍ଘ ଦିନ ହେବ ଅଳିଆ ଆବର୍ଜ୍ଜନା ପଡି ରହିଥିଲା । ଗାଁର ମୁଖ୍ୟ ଛକ ହେଉଥିବାରୁ ଯିବାଆସିବା ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ । କିନ୍ତୁ କେହି ତାକୁ ସଫା କରିବାକୁ ଆଗକୁ ଆସୁନଥିଲେ । ହେଲେ ଏହା ଦେଖି ଅଗଲାପାଲି ସ୍ପୋର୍ଟସ ଆସୋସିସନ୍‌ର କର୍ମକର୍ତ୍ତାମାନେ ତୁରନ୍ତ ଆସି ସଫା କଲେ ଓ ଶପଥ ମଧ୍ୟ ନେଇଛନ୍ତି ଯେ, ଆଗାମୀ ଦିନରେ ଏହି ସ୍ୱଚ୍ଛତା କାମ ପାଇଁ ସମର୍ପିତ ହେବେ ବୋଲି । ଏହି କାମ ପାଇଁ ବରିଷ୍ଟମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଛି ଓ ଗ୍ରାମକୁ ସଦା ସର୍ବଦା ସଫା ରଖିବା ପାଇଁ ପ୍ରତିଶୃତି ଦେଉଛନ୍ତି ।

Leave A Reply

Your email address will not be published.