ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷା ଭାବେ ସୀତା ବାରିକଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷା ଭାବେ ସୀତା ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କ ସହ ନବ ନିର୍ବାଚିତ ସମସ୍ତ କାଉନସିଲର ମଧ୍ୟ ଶପଥ ପାଠ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳରେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଅଧ୍ୟକ୍ଷା ଆସନକୁ ବିଜେଡି ଦଖଲ କରିଥିଲା । ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିବା ପରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଫିସରେ ପହଞ୍ଚି ଥିଲେ । ବିଜେପୁର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ଏକ୍କା ସମସ୍ତଙ୍କୁ ସ୍ୱାଗତ କରିବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.