ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ସାଇ ମନ୍ଦିର ନିକଟରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୁଲିସ ପହଞ୍ଚିବା ପୂର୍ବରୁ ଅଗ୍ନିଶମ ବିଭାଗ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଟାଉନ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଯୁବତୀ ଜଣକ ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମା ଗ୍ରାମର ମୀନକେତନ ମହାପାତ୍ରଙ୍କ ଝିଅ ବର୍ଷା ମହାପାତ୍ର ବୋଲି ଜଣାପଡ଼ିଛି । ତେବେ ବର୍ଷା କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି କି ହତ୍ୟା କରାଯାଇଛି ତାହାର ଏବେ ଟାଉନ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.