ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନୂଆମୁଣ୍ଡା ଜଙ୍ଗଲ ଭିତରେ ମହୁଳ ଗେଟେଇବା ସମୟରେ ବୃଦ୍ଧାଙ୍କୁ ୨ଟି ଭାଲୁ ଆକ୍ରମଣ କରିଥିଲେ । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବୋଇରଭାଡି ଗ୍ରାମର ମାଏଲି ରଣା ସକାଳୁ ସକାଳୁ ମହୁଲ ସଂଗ୍ରହ କରୁଥିବା ବେଳେ ଦୁଇଟି ଭାଲୁ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ଏହି ସମୟରେ ଦୁଇଟି କୁକୁର ଭୁକିବାରୁ ଭାଲୁ ଦୁଇଟି ସେଠାରୁ ଚାଲିଯାଇଥିଲେ । ବୃଦ୍ଧାଙ୍କୁ ଜଙ୍ଗଲ ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଜଙ୍ଗଲ ଭିତରକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ସାହାଯ୍ୟରେ ବୃଦ୍ଧାଙ୍କୁ ୧ କି.ମି ବୋହି ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.